ମୁମ୍ଵାଇ ୧୨।୦୧; ଭାରତୀୟ ଦଳର ଅନେକ କ୍ରିକେଟରଙ୍କ ଛାଡପତ୍ର ହୋଇଛି। ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ପରେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ବିବାହ ଭାଙ୍ଗିଛି । ଏବେ ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ରର ଖବର ମଧ୍ୟ ଆସୁଛି। ଦୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି। ଚହଲ ଧନଶ୍ରୀଙ୍କ ସହ ଫଟୋ ମଧ୍ୟ ହଟାଇ ଦେଇଛନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚାରେ ଚଲିଛି । ଏହାରି ମଧ୍ୟରେ ଆଉ ଜଣେ ଭାରତୀୟ କ୍ରିକେଟର ମନୀଷ ପାଣ୍ଡେ ଏବଂ ତାଙ୍କ ପତ୍ନୀ ଆଶ୍ରିତା ସେଟ୍ଟୀଙ୍କ ମଧ୍ୟରେ ତିକ୍ତତା ଥିବା ନେଇ ଖବର ସାମ୍ନାକୁ ଆସିଛି।
ଭାରତୀୟ ଦଳରୁ ବାହାରେ ଥିବା ମନୀଷ ପାଣ୍ଡେଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ତାଙ୍କ ସ୍ତ୍ରୀ ଆଶ୍ରିତା ଶେଟ୍ଟୀଙ୍କ ଫଟୋ ଗାଏବ ହୋଇଯାଇଛି। ମନୀଷ ସୋସିଆଲ ମିଡିଆରେ ବହୁତ କମ ଆକ୍ଟିଭ୍ ରୁହନ୍ତି। କିନ୍ତୁ ସେ ତାଙ୍କ ସ୍ତ୍ରୀଙ୍କ ସହ ଅନେକ ଫଟୋ ସେୟାର କରିଥିଲେ। ଏବେ ସେସବୁ କିଛି ହଟାଇ ଦେଇଛନ୍ତି। ଆଶ୍ରିତା ଶେଟ୍ଟୀ ତାଙ୍କ ପ୍ରୋଫାଇଲରୁ ମନୀଷ ପାଣ୍ଡେଙ୍କ ଫଟୋ ମଧ୍ୟ ହଟାଇ ଦେଇଛନ୍ତି। ଦୁହେଁ ଆଉ ସୋସିଆଲ ମିଡିଆରେ ପରସ୍ପରକୁ ଫଲୋ କରୁ ନାହାନ୍ତି। ବର୍ତ୍ତମାନ ଏହି ଖବର ଲାଇମ୍ ଲାଇଟ୍କୁ ଆସିଛି ।
୨୦୧୫ରେ ଭାରତ ପାଇଁ ଡେବ୍ୟୁ କରିଥିବା ମନୀଷ ପାଣ୍ଡେ ୨୦୧୯ରେ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଥିଲେ। ଆଶ୍ରିତା ଜଣେ ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ। ବିବାହ ପରେ, ତାଙ୍କୁ ଭାରତୀୟ ଦଳର ମ୍ୟାଚ ଏବଂ IPL ସମୟରେ ମଧ୍ୟ ଦେଖିବାକୁ ମିଳୁଥିଲା। କିନ୍ତୁ ତାଙ୍କୁ IPL 2024 ସମୟରେ ଦେଖାଯାଇ ନଥିଲା। ମନୀଷ ପାଣ୍ଡେ କୋଲକାତା ନାଇଟ ରାଇଡର୍ସର ଅଂଶ ଥିଲେ । ସେହି ଦଳ ମଧ୍ୟ ଚାମ୍ପିଅନ ହୋଇଥିଲା। ଚାମ୍ପିଅନ ହେବା ପରେ ମଧ୍ୟ, ଆଶ୍ରିତା କିଛି ପୋଷ୍ଟ କରିନଥିଲେ।